Tuma mane thila

37

เพลงที่สร้างโดย Ramachandra Parida ด้วย Suno AI

Tuma mane thila
v4

@Ramachandra Parida

Tuma mane thila
v4

@Ramachandra Parida

เนื้อเพลง
ତୁମ ମନେ ଥିଲା ଯଦି ଭାବନା ଏତେ
ଭଲ ପାଇବାର ମୂଲ୍ୟ ଭାବିନ କେବେ
ସପନକୁ ଭାଙ୍ଗି ତୁମେ ପାଉଛ ଖୁସି
କାନ୍ଦୁଛି ହୃଦୟ ଏଠି ତୁମେ ଦିଅ ହସି
ତୁମେ ବାଛିଲ ସୁନା ସଂସାର
ମୁଁ ହୋଇଗଲି ଯାଯାବର
ତୁମେ ବାଛିଲ ସୁନା ସଂସାର
ମୁଁ ହୋଇଗଲି ଯାଯାବର
କାହିଁ ଏତେ କଷ୍ଟ ଦେଲ ବୁଝିଛ କେବେ.....
ତୁମ ମନେ ଥିଲା ଯଦି ଭାବନା ଏତେ
ଭଲ ପାଇବାର ମୂଲ୍ୟ ଭାବିନ କେବେ.......
..........................................
ଭଲ ପାଇ ବାହା ହେଲ ଖୁସିରେ ରହିବ
ପାରିବେନି କେହି କହି
ଭୁଲ୍ ଠିକ୍ କେଉଁ କଥା ସବୁତ ଜାଣିଛ
ବୁଝି ମୁଁ ପାରିଲି ନାହିଁ
କେଉଁ ସ୍ନେହ ଦେଇ ମୁଁ ପାରିବି
ତୁମ ମନକୁ ବୁଝି ପାରିବି
କେଉଁ ସ୍ନେହ ଦେଇ ମୁଁ ପାରିବି
ତୁମ ମନକୁ ବୁଝି ପାରିବି
ଭାବି ଭାବି ଜୀବନମୋ ବିତୁଛି କେତେ.........
ତୁମ ମନେ ଥିଲା ଯଦି ଭାବନା ଏତେ
ଭଲ ପାଇବାର ମୂଲ୍ୟ ଭାବିନ କେବେ
............................................
ରାଣୀ ପରି ରଖିବ ସେ ଦେବନି ଦୁଃଖ
ମିଠା ମିଠା କଥା କହି
ମନ କଥା ବୁଝିବ ସେ ତୁମ ମନ ଜାଣି
ଗାଲକୁ ଆଉଁସି ଦେଇ
ଦେଇ ସତେ ପାରିବି ଏ ପ୍ରେମ
କେମିତି ରହିବ ତୁମ ମନ
ଦେଇ ସତେ ପାରିବି ଏ ପ୍ରେମ
କେମିତି ରହିବ ତୁମ ମନ
ଲାଭ ନାହିଁ ଭଲ ପାଇ ତୁମକୁ ଏତେ.....
ତୁମ ମନେ ଥିଲା ଯଦି ଭାବନା ଏତେ.....
ଭଲ ପାଇବାର ମୂଲ୍ୟ ଭାବିନି କେବେ......
ତୁମ ମନେ ଥିଲା ଯଦି ଭାବନା ଏତେ.....
ଭଲ ପାଇବାର ମୂଲ୍ୟ ଭାବିନି କେବେ......
รูปแบบของดนตรี
Folk, female alto with rhythmic unison lines, tabla and dholak carrying close-miked hand percussion, saxophone phrases over pad and bass, intimate dry vocal texture, steady mid-tempo folk sway

ที่คุณอาจชอบ

คัฟเวอร์เพลง Natalija vodi gosta
v4

สร้างโดย Natalija Ðokić ด้วย Suno AI

คัฟเวอร์เพลง Die letzte Kriegerin (Dschingis Khan) 33 V
v4

สร้างโดย Rüdiger Großer ด้วย Suno AI

คัฟเวอร์เพลง Die letzte Kriegerin (Dschingis Khan) Teil 13
v4

สร้างโดย Rüdiger Großer ด้วย Suno AI

คัฟเวอร์เพลง قولي لي سبب حزنك
v4

สร้างโดย Hani Elrawe ด้วย Suno AI

เพลย์ลิสต์ที่เกี่ยวข้อง

คัฟเวอร์เพลง Non Dare Per Scontato
v4

สร้างโดย Graziano Padulano ด้วย Suno AI

คัฟเวอร์เพลง Man
v4

สร้างโดย Hi Bi ด้วย Suno AI

คัฟเวอร์เพลง دستی
v4

สร้างโดย سجاذ علیپور ด้วย Suno AI

คัฟเวอร์เพลง Desert Horizon
v4

สร้างโดย László Kemenes ด้วย Suno AI